36 ଏ ସବୁ କାତା କଇସାରାଇ ପାଉଲ୍ ସେମନର୍ ସଙ୍ଗ୍ ମାଣ୍ଡିକୁଟା ଦେଇ ପାର୍ତନା କଲା । 37 ସବୁ ଲକ୍ କାନ୍ଦି କାନ୍ଦି କରି ପାଉଲ୍କେ ପାଟାଲିକରି ଚୁମ୍ଚାଟ୍ କରି ପାଟାଇଦେଲାଇ । 38 ପାଉଲ୍ ସେମନ୍କେ "ତମେ ଆରି ମକେ ଦେକିନାପାରାସ୍ ।" ବଲି କଇରଇଲାକେ, ସେମନ୍ ବେସି ମନ୍ଦୁକ୍ ଅଇଜାଇରଇଲାଇ । ଲକ୍ମନ୍ ପାଉଲ୍କେ ପାଟାଇ ଦେବାକେ, ଜାଜେ ନେଇ ଚାଡ୍ଲାଇ ।