ଜିଉଦି ବଡ୍ସବାଇ ପିତର୍ ଆରି ଜଅନ୍
1 ପିତର୍ ଆରି ଜଅନ୍ ଲକ୍ମନ୍କେ ଏନ୍ତି ସିକିଆ ଦେଇତେ ରଇଲା ବେଲେ ମନ୍ଦିରର୍ କେତେଟା ପୁଜାରି ଆରି ଜାଗୁଆଲ୍ମନର୍ ସେନାପତି ଆରି କେତେଟା ସାଦୁକିମନ୍ ଆସି କେଟ୍ଲାଇ । 2 ସେମନ୍ ରିସା ଅଇଗାଲାଇ କାଇକେ ବଇଲେ ପେରିତ୍ ସିସ୍ ଦୁଇଲକ୍ ଜିସୁ ମଲାତେଇଅନି ଉଟ୍ଲା ଆଚେ ବଲି ସିକାଇତେରଇଲାଇ । ଏନ୍ତି ସିକାଇଲେସରି ଲକ୍ମନ୍ ମଲାଟାନେଅନି ଉଟ୍ବାଇବଲି ପର୍ମାନ୍ କର୍ତେ ରଇଲାଇ । 3 ସେଟାର୍ପାଇଁ ସେ ଦୁଇଟା ପେରିତ୍ ସିସ୍ମନ୍କେ ଦାରି ବାନ୍ଦ୍ଲାଇ । ଆରି ସେ ଦିନେ ବେସି ଅଲ୍ସମ୍ ଅଇଜାଇରଇଲାକେ ଆର୍କର୍ ଦିନ୍ ଜାକ ବନ୍ଦିଗରେ ରକିରଇଲାଇ ।