44 ତିପାନ୍ ଆରି କଇଲା, "ମରୁବାଲିବୁଏଁ ଆମର୍ ଆନିଦାଦିମନ୍ ରଇଲାବେଲେ ପର୍ମେସର୍ ସେମନ୍କେ ଲେକି ଦେଇରଇବା ନିୟମ୍ ମନ୍ ବିତ୍ରେ ରଇଲା । ସେଟା ପର୍ମେସର୍ ମସାକେ ଜେନ୍ତି ତମୁ ତିଆର୍ କର୍ବାକେ କଇରଇଲା, ଆରି ତାକେ ଜନ୍ କାମ୍ ଦେକାଇ ରଇଲା, ଏଟା ସେନ୍ତାରିସେ ତିଆର୍ ଅଇରଇଲା ।"
45 "ପଚେ ଆମର୍ ଆନିଦାଦିମନ୍ ସେମନର୍ ଆନିଦାଦିମନର୍ ଟାନେଅନି ମିଲାଇକରି ସେ ତୁମ୍ ଜିଅସୁଅ ସଙ୍ଗ୍ ବଇ ଦାରିଗାଲାଇ । ଆରି ପର୍ମେସର୍ ବାର୍କରାଇ କେଦି ରଇବା ବିନ୍ ଜାତିମନର୍ ଦେସ୍, ସେମନ୍ ଅଦିକାର୍ କଲାଇ । ଦାଉଦର୍ ସାସନ୍ ବେଲେ ଜାକ ସେ ତମୁ ତେଇସେ ରଇଲା । 46 ଦାଉଦ୍ ପର୍ମେସରର୍ ମନ୍କେ ଜାଇରଇଲାଜେ ଜାକୁବର୍ ପର୍ମେସରର୍ ପାଇ ଗଟେକ୍ ମନ୍ଦିର୍ ତିଆର୍ କର୍ବି ବଲି ତାର୍ ଆଦେସ୍ ପାଇବାକେ ମନ୍ କର୍ତେ ରଇଲା । 47 ପଚେ ସେ ମନ୍ଦିର୍ ଦାଉଦର୍ ପଅ ସଲ୍ମନ୍ ତିଆର୍ କର ବଲି ମନ୍କଲା ।"
48 ଅଇଲେ ମିସା ସବୁର୍ ଉପ୍ରର୍ ପର୍ମେସର୍ ଲକ୍ମନ୍ ତିଆର୍ କଲା ଗରେ ବାସା ନ କରେ । ଏ ବିସଇ ବବିସତ୍ବକ୍ତା ଲେକ୍ଲା ଆଚେ,
49 ମାପ୍ରୁ କଇଲାନି, ସରଗ୍ ମର୍ ବସ୍ବା ଜାଗା
ଦର୍ତନି ଅଇଲାନି ମର୍ ପାଦର୍ ପିଡା ।
ତମେ ମର୍ପାଇ କେନ୍ତାରି ଗର୍ ତିଆର୍ କର୍ସା ?
ମୁଇ ପୁଣ୍ଡ୍ବାକେ କନ୍ତି ଜାଗା ଆଚେ କି ?
50 "ମୁଇ ନିଜେ କାଇ ଏ ସବୁ ବିସଇ ତିଆର୍ କରି ନାଇ କି ?"