18 ପେରିତ୍ ସିସ୍ମନ୍ ବିସ୍ବାସିମନର୍ ଉପ୍ରେ ଆତ୍ ସଙ୍ଗଇଲାକେ ସୁକଲ୍ଆତ୍ମା ପାଇଲାଟା ଦେକି, ସିମନ୍, ପିତର୍ ଆରି ଜଅନ୍କେ ଡାବୁ ଜାଚ୍ଲା ଆରି କଇଲା, 19 "ମୁଇ ବିନ୍ ଲକର୍ ଉପ୍ରେ ଆତ୍ ସଙ୍ଗଇଲେ, ସେମନ୍ ଜେନ୍ତି ସୁକଲ୍ ଆତ୍ମା ପାଇପାର୍ବାଇ, ସେଟାର୍ ପାଇ ମକେ ସେ ବପୁ ଦିଆ ।" 20 ମାତର୍ ପିତର୍ ତାକେ କଇଲା, "ତର୍ ଡାବୁ ତର୍ ସଙ୍ଗ୍ ନସ୍ଟ ଅ । ତର୍ ସଙ୍ଗ୍ ତର୍ ଡାବୁ ମିସା ନର୍କେ ଜାଅ । କାଇକେବଇଲେ ପର୍ମେସରର୍ ଦାନ୍ ଡାବୁସଙ୍ଗ୍ ଗେନ୍ବି ବଲି ବାବ୍ଲୁସ୍ନି । 21 ଆମର୍ କାମ୍ଟାନେ ତର୍ କାଇମିସା ବାଗ୍ ନାଇ, କାଇକେବଇଲେ ପର୍ମେସର୍ ଦେକ୍ବା ଇସାବେ ତର୍ ମନ୍ ନିକ ନାଇ । 22 ସେଟାର୍ ପାଇ ତମର୍ ଏ କରାପ୍ ବାବ୍ନାର୍ ପାଇ ମନ୍ ବାଦ୍ଲାଆ । ଏନ୍ତାରି ବିସଇ ଚିନ୍ତାକଲାର୍ ପାଇ ମାପ୍ରୁ ଜେନ୍ତାରି କେମା ଦେଇସି, ତାର୍ ଲାଗି, ମାପ୍ରୁକେ ପାର୍ତନା କର୍ । 23 କାଇକେ ବଇଲେ ମୁଇ ଦେକ୍ଲିନି ଜେ ତର୍ ମନ୍ ଆଁକାରେ ବର୍ତି ଅଇଆଚେ । ତୁଇ ପାପର୍ ବନ୍ଦନେ ବନ୍ଦିଅଇ ଆଚୁସ୍ ।"
24 ସିମନ୍ ସେମନ୍କେ କଇଲା, "ତମେ ଜାଇଟା ସବୁ କଇଲାସ୍ ସେଟା ଜେନ୍ତି ମର୍ ଉପ୍ରେ ନ ଗଟ । ମୁଇ ତମ୍କେ ବାବୁଜିଆ କଲିନି ମର୍ପାଇ ମାପ୍ରୁକେ ପାର୍ତନା କରା ।"