17 ଅନନିୟ ଗାଲା ଆରି ସାଉଲ୍ ରଇବା ଗରେ କେଟ୍ଲା । ସାଉଲ୍କେ ବେଟ୍ଅଇ ତାର୍ ଉପ୍ରେ ଆତ୍ ସଙ୍ଗଇ ତାକେ କଇଲା, "ଏ ବାଇ ସାଉଲ୍, ଇତି ତର୍ଟାନେ ଆଇବାକେ ମାପ୍ରୁ ଜିସୁ ମକେ ପାଟାଇଆଚେ । ତୁଇ ଇତି ଆଇବା ବାଟେ ସେସେ ତକେ ଦେକାଇଅଇଲା । ତୁଇ ଜେନ୍ତିକି ଆରି ତରେକ୍ ଦେକି ପାରୁସ୍ ଆରି ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇପାରୁସ୍ । ସେଟାର୍ପାଇଁ ପର୍ମେସର୍ ମକେ ପାଟାଇଆଚେ ।" 18 ଅନନିୟ ଏ କାତା କଇଲା ଦାପ୍ରେ ଏଦେ ଦେକା ! ସାଉଲର୍ ଆଁକିଅନି ମାଚ୍ କସ୍ଲି ପାରାଟା କୁସ୍ଲି ଅଦର୍ଲା । ସେ ଆରି ତରେକ୍ ଦେକି ପାର୍ଲା । ସେ ଉଟ୍ଲା ଆରି ଅନନିୟ ତାକେ ଡୁବନ୍ କଲା ।