କିରିସ୍ଟ ଆରି ତାର୍ କାମ୍
15 କିରିସ୍ଟ ନ ଡିସ୍ବା ପର୍ମେସରର୍ ସମାନ୍ ବାନିମୁର୍ତି ଆଚେ । ତିଆର୍ କରିରଇବା ସବୁର୍ ଉପ୍ରେ, ପର୍ତୁମ୍ ଜନମ୍ ଅଇଲା ପଅ ଇସାବେ, ତାର୍ ଅଦିକାର୍ ଆଚେ । 16 କାଇକେବଇଲେ ପର୍ମେସର୍ ତାର୍ଟାନେଅନି ସବୁ ବିସଇ ତିଆର୍କଲା ଆଚେ । ଜଗତେ ରଇବାଟା ସବୁଜାକ, ସର୍ଗେ ରଇବାଟା ସବୁଜାକ, ଡିସ୍ବାଟା ଆରି ନ ଡିସ୍ବାଟା, ବପୁରଇ ସାସନ୍ କର୍ବା ଦୁତ୍ମନ୍ ଆରି ଆତ୍ମା ରଇବାଟାମନ୍ । କିରିସ୍ଟର୍ତେଇଅନି ସବୁ ବିସଇ ତିଆର୍ କରିରଇଲା ଆରି ତାର୍ଲାଗିସେ ସବୁ ବଁଚିଆଚତ୍ । 17 କାଇଟା ତିଆର୍ ନ ଅଇତେ ସେ ରଇଲା, ଆରି ତାର୍ଟାନେ ସବୁ ବିସଇ ମିସିକରି ଚାଲ୍ତେରଇସି । 18 ୧:୧୮ ଏପିସିୟ ୧:୨୨,୨୩ମଣ୍ଡଲି ଅଇଲାନି ତାର୍ ଗାଗଡ୍ ଆରି ସେ ମଣ୍ଡଲିର୍ ମୁଣ୍ଡ୍ । ମୁଣ୍ଡ୍ ଗାଗଡ୍କେ ସାସନ୍ କଲାପାରା, ସେ ମଣ୍ଡଲିକେ ସାସନ୍ କଲାନି । ତାକେସେ ପର୍ମେସର୍ ମରନେଅନି ପର୍ତୁମ୍ ଉଟାଇରଇଲା । ଜେନ୍ତିକି କିରିସ୍ଟ ସବୁର୍ ଉପ୍ରେ ସାସନ୍ କର୍ସି । 19 କାଇକେବଇଲେ ପର୍ମେସର୍ ତାର୍ ପଅକେ ତାର୍ ପୁରାପୁରୁନ୍ ଗୁନ୍ଚଲନ୍ସଙ୍ଗ୍ ରଅ ବଲି ଟିକ୍ କରିରଇଲା । 20 ୧:୨୦ ଏପିସିୟ ୨:୧୬ଆରି କିରିସ୍ଟର୍ଟାନେଅନି ସେ ତିଆର୍ କରିରଇବା ସବୁଜାକ, ତାର୍ଟାନେ ବାଉଡାଇ ଆନ୍ବି ବଲି ଟିକ୍ କରିରଇଲା । ଦର୍ତନିଟାନେ ରଇବାଟା ଅ କି ସର୍ଗେ ରଇବାଟା ଅ । ତାର୍ ପଅ କୁରୁସ୍କାଟେ ମରି ବନି ଜରାଇଲାର୍ପାଇ ସବୁ ବିସଇ ତାର୍ଟାନେ ସାନ୍ତିଅଇ ରଇସି ।