18 ମୁଇ ପାର୍ତନା କଲିନି, ଜେନ୍ତାରିକି ତାର୍ ଉଜଲ୍ ଦେକ୍ବାକେ ତମର୍ ଆତ୍ମାର୍ ଆଁକି ଡିସ । ଜେନ୍ତିକି ଜନ୍ ଆସା ନେଇକରି ତମେ ତାର୍ ଲଗେ ଆସି ଆଚାସ୍, ସେଟା ଜାନିପାରାସ୍ । 19 ତାର୍ ଲକ୍ମନର୍ ପାଇ ସେ ଦେଇରଇବା କାତାର୍ ସବୁ ବଡ୍ ଆସିର୍ବାଦ୍ କେତେକ୍ ଅଦିକ୍ ଆଚେ । ଆରି ଆମର୍ ପାରା ବିସ୍ବାସିମନର୍ ପାଇ ରଇବା ତାର୍ ବପୁ କେଡେ ବଡ୍, ସେଟା ତମେ ଜାନି ପାରାସ୍ ।