20 ଏବେ ଆମର୍ ବିତ୍ରେ କାମ୍ କର୍ତେରଇବା ସେ ବପୁର୍ ସଙ୍ଗ୍ସେ, ପର୍ମେସର୍ କିରିସ୍ଟକେ ମଲାତେଇଅନି ଉଟାଇକରି ତାର୍ ଉଜାବାଟେ ବସାଇଆଚେ । 21 କିରିସ୍ଟ ସର୍ଗେ, ସାସନ୍ କର୍ବା ଲକ୍ମନ୍କେ, ସନ୍ମାନ୍ ପାଇବା ଲକ୍ମନ୍କେ, ବପୁରଇବା ଲକ୍ମନ୍କେ ଆରି ସାସନ୍କାରିଆମନର୍ ଉପ୍ରେ ସାସନ୍ କର୍ସି । ତାର୍ ଅଦିକାର୍ ଏବର୍ ସାସନ୍କାରିଆମନର୍ କି ଆଇବା ଦିନର୍ ସାସନ୍କାରିଆମନର୍ ତେଇଅନି ଅଦିକ୍ ବପୁ ସଙ୍ଗର୍ ଆଚେ ।