19 ତେବର୍ ପାଇ ଏ ଜିଉଦି ନଇଲା ଲକ୍ମନ୍, ତମେ ଆରି ବିନ୍ ଦେସେ ବାସା ଅଇରଇବାଲକ୍ ନୁଆସ୍ । ଏବେ ପର୍ମେସରର୍ ଲକ୍ମନର୍ସଙ୍ଗ୍ ତମେମିସା ତାର୍ ରାଇଜେ ମିସ୍ବା ଲକ୍ ଆରି ତାର୍ ଜାତିର୍ କୁଟୁମର୍ ଲକ୍ । 20 ତମେ ମିସା ପେରିତ୍ ସିସ୍ମନ୍ ଆରି ବବିସତ୍ବକ୍ତାମନ୍ କରିରଇବା କୁନାଦି ଉପ୍ରେ, ତିଆର୍ ଅଇଲା ଗର୍ ପାରା । ସେ ଗର୍ କନର୍ ମୁଲ୍ ପାକ୍ନା ଅଇଲାନି କିରିସ୍ଟ ଜିସୁ ।