3 ସତଇସେ ଆମେ ସବୁଜାକ, ସେ ରକାମ୍ ରଇଲୁ ଆରି ଗାଗଡର୍ ଆରି ମନର୍ ଲାଲ୍ସା ଇସାବେ ଜିଉନା କାଉନା କର୍ତେ ରଇଲୁ । ଆରି ଅଲ୍ଗା ଲକ୍ମନର୍ ପାରା ଆମେମିସା ପର୍ମେସରର୍ ରିସାର୍ ଡଣ୍ଡ୍ ପାଇବାକେ ଜାଇତେ ରଇଲୁ ।
4 ମାତର୍ ଏ ରକାମ୍ ରଇଲେମିସା ଦୟାଦେକାଇବା ପର୍ମେସର୍, ଆମ୍କେ ଜନ୍ ବଡ୍ ଆଲାଦ୍ ସଙ୍ଗ୍ ଆଲାଦ୍ କଲା, 5 ସେଟାର୍ପାଇଁ ଆମ୍କେ କିରିସ୍ଟର୍ ସଙ୍ଗ୍ ଜିବନ୍ କଲାଆଚେ, ସେ ଜିବନ୍ ଦୁକାଇଲାକେ ତମେ ମୁକ୍ତି ପାଇ ଆଚାସ୍ ।