ଗଟେକ୍ ଗାଗଡ୍
1 ଏ ସବୁର୍ଲାଗି ମାପ୍ରୁର୍ ସେବାକାରିଆ ମୁଇ ବନ୍ଦିଗରେ ଆଚି । ମାପ୍ରୁ ତମ୍କେ କେନ୍ତାରି ଚଲାଚଲ୍ତି କର୍ବାକେ ଡାକ୍ଲାଆଚେ, ସେନ୍ତାରିସେ କରାବଲି ମୁଇ ତମ୍କେ ବାବୁଜିଆ କଲିନି । 2 ୪:୨ କଲସିଅ ୩:୧୨,୧୩ତମେ ଲକ୍ମନର୍ ସଙ୍ଗ୍ ମିସାବିଡା ଅଇଲାବେଲେ, ପୁରାପୁରୁନ୍ ଦରମ୍ ଅଇ ସୁଆଲେ ରୁଆ । ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କଲାର୍ପାଇ ସାଆସ୍ ଅଇ, ମୁର୍ଚିକରି ରୁଆ । 3 ଜନ୍ଟା କି ଗଟେକ୍ ମନ୍ ଅଇକରି ରଇବାକେ ସୁକଲ୍ଆତ୍ମା ଆମ୍କେ ବାନ୍ଦିଆଚେ, ସେନ୍ତାରି ସାନ୍ତି ଅଇକରି ରୁଆ । 4 ଆମେ ସବୁ ବିସ୍ବାସି ବାଇବଇନିମନ୍ ଗଟେକ୍ ଗାଗଡ୍ ପାରା ଆରି ସବୁଲକ୍ ସମାନ୍ ଆତ୍ମା ମିଲାଇଆଚୁ । ସେନ୍ତାରିସେ ସମାନ୍ ଆସିର୍ବାଦ୍ ମିଲାଇବାକେ ସେ ଆମ୍କେ ଡାକ୍ଲାଆଚେ । 5 ଆମ୍କେ ଗଟେକ୍ ମାପ୍ରୁ ଆଚେ, ସମାନ୍ ସିକିଆଇ ବିସ୍ବାସ୍ କଲୁନି ଆରି ସମାନ୍ ଡୁବନ୍ ନେଲୁ ଆଚୁ। 6 ଗଟେକ୍ ପର୍ମେସର୍କେ ଆମେ ଉପାସନା କଲୁନି । ଜେ କି ସବୁର୍ ବାବା ଅଇଆଚେ । ସେ ଆମର୍ ବିତ୍ରେ ରଇକରି ଆରି ଆମ୍କେ ଦେଇକରି ସବୁର୍ ଉପ୍ରେ ସାସନ୍ କଲାନି ।
7 ମାତର୍ କିରିସ୍ଟ ଆମେ ବିନ୍ ବିନ୍ ଲକ୍କେ ବିନ୍ ବିନ୍ ଦାନ୍ ଦେଲାଆଚେ । ସେଟା କାକେ କେନ୍ତାରି ବାଟା କର୍ବାର୍ ଆଚେ, ସେ ସେ ଟିକ୍ କଲାଆଚେ । 8 ତେବର୍ ପାଇ ସାସ୍ତରେ ଲେକାଅଇଲା ଆଚେ,
"ସେ ତାର୍ ସତ୍ରୁମନ୍କେ ଆରାଇକରି ଜେଡେବେଲେ ଉଁଚ୍ ରଇବା ଜାଗାଇ ଗାଲା,
ତାର୍ ଆରାଇ ରଇବା ସତ୍ରୁମନ୍କେ ବାନ୍ଦିକରି ନେଲା
ଆରି ତାର୍ ଦାନ୍ ବିନ୍ ବିନ୍ ଲକ୍କେ ଦେଲା ।
9 "ସେ ଗଟେକ୍ ଉଁଚ୍ ଜାଗାଇ ଗାଲା ।" ଏନ୍ତାରି ଲେକ୍ବା ଅରତ୍ କାଇଟା ? ଏଟାର୍ ଆରତ୍ ଅଇଲାନି, କିରିସ୍ଟ ଉତ୍ରି କରି ଏ ଜଗତେ ଆସି ସାରି ଆଚେ । 10 ଜେ କି ଏ ଜଗତେ ଉତ୍ରି ଆଇଲା, ସେ ସମାନ୍ ଲକ୍ସେ, ସର୍ଗେ ଅନି ଉପ୍ରେ ରଇବା ଜାଗାଇ ଚଗି ଗଲା । ଜେନ୍ତାରି କି ସେ ଗୁଲାଇ ଜଗତ୍କେ ପୁରାପୁରୁନ୍ କର୍ସି ।
11 ସେ ଆକା କେତେ ଲକ୍ମନ୍କେ ପେରିତ୍ ଅଇବାକେ, କେତେଲକ୍କେ ବବିସତ୍ କାତା କଇବାକେ, କେତେଲକ୍କେ ସୁବ୍କବର୍ ଜାନାଇବାଟା ଅଇବାକେ, କେତେଲକ୍କେ ମଣ୍ଡଲି ଚାଲାଇବାକେ ଆରି କେତେଲକ୍କେ ସିକାଇବାକେ ବପୁ ଦେଇ ବାଚ୍ଲାଆଚେ । 12 ପର୍ମେସରର୍ ଲକ୍ମନ୍ ଜେନ୍ତାରି କି ତାକେ ସେବା କରିପାରତ୍, ତାର୍ଲାଗି ଏ ସବୁ ଦାନ୍ ତାର୍ ଲକ୍ମନ୍କେ ଦେଲା । ଏନ୍ତାରି ଅଇ କିରିସ୍ଟର୍ ଗାଗଡ୍ ପାରା ଅଇବା ବିସ୍ବାସିମନ୍ ବପୁ ଅଇ ସିଦ୍ ଅଅତ୍ ।