22 ଆଗ୍ତୁ ଜନ୍ ପୁର୍ନା ଚଲାଚଲ୍ତି କରି ତମେ ଜିଉନା କାଉନା କର୍ତେ ରଇଲାସ୍, ସେଟା ଚାଡ୍ବାକେ ତମ୍କେ ସିକାଇ ରଇଲାଇ । ତମର୍ ମନେ କାରାପ୍ ଚିନ୍ତା ଆଇବାଟା, ତମ୍କେ ନାଡାଇକରି ତମର୍ ଜିବନ୍ ନସାଇ ଦେଲାଇ । 23 ତମେ ଚିନ୍ତା କର୍ବାଟା ପର୍ମେସର୍ ନୁଆକରି ବାଦ୍ଲାଇବାକେ ତାକେ ସର୍ପି ଦିଆସ୍ ବଲି ସିକାଇଲାଇ ଆଚତ୍ । 24 ପର୍ମେସର୍ ତମ୍କେ ତାକର୍ ଗୁନ୍ଚଲନ୍ ପାରା ରଇବା ନୁଆ ଗୁନ୍ଚଲନ୍ ଦେଲାଆଚେ । ତେବର୍ପାଇ ସେ ରକାମ୍ ଚଲାଚଲ୍ତି କରା । ପୁରାପୁରୁନ୍ ଦରମ୍ ଅଇକରି ସୁକଲ୍ ଅଇରୁଆ ।
Publicidade
Publicidade