25 ୫:୨୫ କଲସିଅ ୩:୧୯; ୧ ମ ପିତର୍ ୩:୭ ଏ ମୁନୁସ୍ମନ୍, କିରିସ୍ଟ ଜେନ୍ତାର୍ ମଣ୍ଡ୍ଲିକେ ଆଲାଦ୍ କରି, ତାକେ ସୁକଲ୍ କର୍ବାକେ ନିଜେ ସର୍ପିଅଇଲା, ସେନ୍ତାରିସେ ତମେ ମିସା ନିଜର୍ ମାଇଜିମନ୍କେ ଆଲାଦ୍କରା । 26 କିରିସ୍ଟ ପର୍ମେସରର୍ ବାକିଅ ସଙ୍ଗ୍ ଆରି ପାନିସଙ୍ଗ୍ ଦଇକରି ମଣ୍ଡ୍ଲିକେ ସୁକଲ୍ କଲା । 27 ମଣ୍ଡଲିକେ ତାର୍ ମୁଆଟେ ଆନ୍ଲାବେଲେ, ମଣ୍ଡଲି ଜେନ୍ତାରି କି, କାଇ ମୁର୍କି ନ ଅଇତେ, ଅସୁକଲ୍ ନଇତେ, କାଇ ଦସ୍ ନ ଅଇତେ ରଇ, ତାର୍ ବାଦୁଲେ ସୁକଲ୍ ଆରି ସିଦ୍ କାରାଇ ତାକେ ଟିଆ କୁରାଇସି ।