19 ମର୍ପାଇ ମିସା ପାର୍ତନା କରା । ଜେନ୍ତିକି ମୁଇ କାତା ଅଇବାବେଲେ ପର୍ମେସର୍ ମକେ ଟିକ୍ ବାକିଅ ଦେଅ । ସେନ୍ତାର୍ କଲେ, ସୁବ୍ କବରର୍ ଲୁଚିରଇବା ବିସଇ ମୁଇ କାକେ ନ ଡରିକରି ଲକ୍ମନ୍କେ ଜାନାଇ ପାର୍ବି । 20 ଏବେ ମୁଇ ବନ୍ଦି ଅଇ ରଇଲେ ମିସା କିରିସ୍ଟର୍ ସୁବ୍କବର୍ ଜାନାଇବାପାଇ ଗଟେକ୍ ରାଜାର୍ ଦୁତ୍ ପାରା ଅଇଲିଆଚି । ସୁବ୍କବର୍ ଟିକ୍ ସଙ୍ଗ୍, ନ ଡରିକରି ଜାନାଇବାକେ ପର୍ମେସର୍ ମକେ ବପୁ ଦେଅ ବଲି ପାର୍ତନା କରା ।