9 ତେବର୍ପାଇ ପର୍ମେସର୍ ତାକେ ସବୁର୍ତେଇଅନି ଉପ୍ରେ ଉଟାଇଲା । ଆରି ସବୁର୍ ନାଉଁଟାନେଅନି ଅଦିକ୍ ଡାକ୍ପୁଟା ଆରି ଅଦିକାର୍ ରଇବା ନାଉଁ ତାକେ ଦେଲା ।
10 ଜେନ୍ତିକି ସରଗ୍ପୁରେ, ମଚ୍ପୁରେ ଆରି ପାତାଲେ ରଇବା ସବୁ, ଜିସୁକେ ମାଣ୍ଡିକୁଟା ଦେଇ ଜୁଆର୍ କର୍ବାଇ । ସେଟାର୍ପାଇଁ ପର୍ମେସର୍ ଏ ସବୁ କଲାଆଚେ ।
11 ଆରି ସବୁ ଲକ୍ ଜିସୁକିରିସ୍ଟସେ ମାପ୍ରୁ ବଲି ମାନିଅଇବାଇ । ଏନ୍ତାରି ଅଇଲେ ବାବା ପର୍ମେସର୍ ଡାକ୍ପୁଟା ପାଇସି ।