6 କାଇ ବିସଇ ନେଇକରି ମିସା ଚିନ୍ତା କରି ଦାନ୍ଦା ଉଆନାଇ । ତାର୍ ବାଦୁଲେ ସବୁ ଗଟ୍ନା ଅଇଲା ବେଲେ, ତମ୍କେ ଜାଇଟା ଲଡା ଆଚେ, ସେ ବିସଇ ପର୍ମେସର୍କେ ଗୁଆରି କରା । ଆରି ପାର୍ତନା କଲାବେଲେ, ତାକେ ଦନିଅବାଦ୍ ମିସା ଦିଆସ୍ । 7 ଏନ୍ତାରି କଲେ, ପର୍ମେସର୍ ତମ୍କେ ସାନ୍ତି ଦେଇସି । ଏ ସାନ୍ତି ଲକ୍ମନ୍ ବୁଜ୍ବା ସାନ୍ତିର୍ପାରା ନାଇ । କିରିସ୍ଟ ଜିସୁର୍ ସଙ୍ଗ୍ ମିସ୍ଲାର୍ପାଇ ଜଦି ଏ ସାନ୍ତି ତମେ ପାଇଲେ, ତମର୍ ଜିବନେ କସ୍ଟ ଆଇଲେ ମିସା ନ ଡରିକରି, ଚିନ୍ତାକରି ଦାନ୍ଦା ନ ଅଇବାକେ ସାଇଜ କର୍ସି ।
Publicidade