6 କାଇ ବିସଇ ନେଇକରି ମିସା ଚିନ୍ତା କରି ଦାନ୍ଦା ଉଆନାଇ । ତାର୍ ବାଦୁଲେ ସବୁ ଗଟ୍ନା ଅଇଲା ବେଲେ, ତମ୍କେ ଜାଇଟା ଲଡା ଆଚେ, ସେ ବିସଇ ପର୍ମେସର୍କେ ଗୁଆରି କରା । ଆରି ପାର୍ତନା କଲାବେଲେ, ତାକେ ଦନିଅବାଦ୍ ମିସା ଦିଆସ୍ । 7 ଏନ୍ତାରି କଲେ, ପର୍ମେସର୍ ତମ୍କେ ସାନ୍ତି ଦେଇସି । ଏ ସାନ୍ତି ଲକ୍ମନ୍ ବୁଜ୍ବା ସାନ୍ତିର୍ପାରା ନାଇ । କିରିସ୍ଟ ଜିସୁର୍ ସଙ୍ଗ୍ ମିସ୍ଲାର୍ପାଇ ଜଦି ଏ ସାନ୍ତି ତମେ ପାଇଲେ, ତମର୍ ଜିବନେ କସ୍ଟ ଆଇଲେ ମିସା ନ ଡରିକରି, ଚିନ୍ତାକରି ଦାନ୍ଦା ନ ଅଇବାକେ ସାଇଜ କର୍ସି ।
8 ସାରାସାରି ପଚେ ଏ ମର୍ ବାଇବଇନିମନ୍, ଜେତ୍କି ସବୁ ବିସଇ ନିକ ରଇସି, ଜେତ୍କି ସବୁ ବିସଇ ସନ୍ମାନ୍ ପାଇସି, ଜନ୍ ସବୁ ବିସଇ ସତ୍ ରଇସି, ଜନ୍ ସବୁ ବିସଇ ପାପ୍ ନଇତେ ରଇସି, ଜନ୍ ସବୁ ବିସଇ ଦରମ୍ ରଇସି, ଆରି ଡାକ୍ପୁଟା ରଇସି, ଏ ସବୁ ବିସଇନେଇ ଚିନ୍ତା କରା । 9 ତମ୍କେ ମୁଇ ଜେତ୍କି ସବୁ ବିସଇ ସିକାଇରଇଲି, ଆରି ତମେ ମାନିରଇଲାସ୍ ସେଟା ସବୁ କର୍ତେରୁଆ । ମୁଇ ଜେତ୍କି ବିସଇ କଇତେରଇଲି, ସେଟା ସୁନ୍ତେରଇଲାସ୍ ଆରି ଜେତ୍କି ବିସଇ କର୍ତେରଇଲି, ସେଟା ଦେକିରଇଲାସ୍, ସେଟା ସବୁ କର୍ତେରୁଆ । ପର୍ମେସର୍ ତମର୍ସଙ୍ଗ୍ ରଇ ତମ୍କେ ସାନ୍ତି ଦେଇସି ।