24 ଏ କାତା ଗଟେକ୍ ଜଟ୍କା ଇସାବେ ଆଚେ । କାଇକେବଇଲେ ଦୁଇଟା ମାଇଜି ଦୁଇଟା ରାଜିନାମା ପାରା । ଗଟେକ୍ ରାଜିନାମା ଆରାବ୍ ଦେସେ ରଇବା ସିନଅ ପର୍ବତ୍ ଉପ୍ରେ ପର୍ମେସର୍ ମସାକେ ଦେଇରଇବା ନିୟମ୍ । ଏ ରାଜିନାମା ଆଗାର୍କେ ସମାନ୍ କରି ଅଇସି । କାଇକେବଇଲେ ଆଗାର୍ ଆରି ତାର୍ ପିଲାମନ୍ ଗତି ଅଇରଇଲାଇ । ସମାନ୍ ସେନ୍ତାରିସେ ଏ ରାଜିନାମାର୍ ପିଲାମନ୍ ସବୁଲକ୍ ଗତିଦାଙ୍ଗ୍ଡା । 25 ଆଗାର୍କେ ଆରବର୍ ସିନଅ ପର୍ବତ୍ ସଙ୍ଗ୍ ସମାନ୍ କରିଅଇସି, କନ୍ତିଅନି ନିୟମ୍ ଆଇଲାଆଚେ । ତାକେ ଏବର୍ ଜିରୁସାଲାମ୍ ସଅର୍କେ ମିସା ସମାନ୍ କରିଅଇସି । କାଇକେବଇଲେ, ଜିରୁସାଲାମେ ରଇବା ଜିଉଦିମନ୍ ମସାର୍ ନିୟମ୍ ବିସ୍ବାସ୍ କଲାଇନି । ସେ ନିୟମ୍ ବିସ୍ବାସ୍ କରି ନିୟମର୍ ଗତିଦାଙ୍ଗ୍ଡା ଅଇଆଚତ୍ ।
26 ମାତର୍ ଅବ୍ରାଆମର୍ ବିବାଇ ମାଇଜି ଜେ କି ଗତିଦାଙ୍ଗ୍ଡା ନଏଁ, ତାକେ ସରଗର୍ ଜିରୁସାଲାମ୍କେ ସମାନ୍ କରିଅଇସି । ସେ ଆମେ ବିସ୍ବାସ୍ କର୍ବା ସବୁ ଲକର୍ ମାଆ ।