4 ସାରାସାରି ଜେଡେବଲ୍ ସମାନ୍ ବେଲା କେଟ୍ଲା, ପରମେସର୍ ତାର୍ ନିଜର୍ ପଅକେ ପାଟାଇଲା । ଗଟେକ୍ ମାମୁଲି ଟକିର୍ ଗର୍ବେଅନି ଜାତ୍ ଅଇକରି ସେ ଜିଉଦି ନିଅମ୍ ମାନିକରି ଜିଇଲାଇ କାଇଲାଇ । 5 ୪:୫ ରମିୟ ୮:୧୫-୧୭ଜେନ୍ତିକି ଦର୍କାର୍ ରଇଲା ମୁଲିଅ ଦେଇ, ନିଅମର୍ ବନ୍ଦନେଅନି ଲକ୍ମନ୍କେ ମୁକ୍ଲାଇବାକେ ଆରି ସେମନ୍କେ ପରମେସରର୍ ପିଲାଜିଲା ଅଇବାକେ ବେଲା ଟିକ୍ କର୍ବାକେ, ତାର୍ ଜିବନର୍ ଆଦେସ୍ ରଇଲା ।
6 ତମେମନ୍ ଜେ ପରମେସରର୍ ପିଲାଜିଲା, ଏଟା ଦେକାଇ ଦେବାକେ, ପରମେସର୍ ତାର୍ ପଅର୍ ଆତ୍ମା ଆମର୍ ମନ୍ ବିତ୍ରେ ପାଟାଇଲା ଆଚେ । ସେ ଆତ୍ମା ଆଉଲିଅଇ କଇଲାନି, "ବାବା ! ଏ ମର୍ ବାବା !"