22 ମାତର୍ ଆତ୍ମାର୍ ପଲ୍ ଅଇଲାନି, ଆଲାଦ୍ କରାକରି ଅଇବାଟା, ସାର୍ଦାସଙ୍ଗ୍ ରଇବାଟା, ସାନ୍ତିସଙ୍ଗ୍ ରଇବାଟା, ମୁର୍ଚିକରି ରଇବାଟା, ବିନ୍ଲକ୍କେ ଉପ୍କାର୍ କର୍ବାଟା, ନିମାନ୍ ଚଲାଚଲ୍ତି କର୍ବାଟା, ବିସ୍ବାସେ କାମ୍କର୍ବାଟା, ସଲଦ୍ ଅଇବାଟା, ଆତ୍ମାଇ ସାଆସ୍ ଦାରି ଚଲାଚଲ୍ତି କର୍ବାଟା, 23 ଏ ସବୁର୍ ଚଲନ୍ ମାନ୍ବା ଲକ୍ ନିୟମର୍ ବିରୁଦେ କାଇଟା ନ କରେ ।
Publicidade