ମିସିବିଡିକରି ବଜ୍ ବୁଆ
1 ଏ ବାଇବଇନିମନ୍ ଜଦି ତମର୍ ବିତ୍ରେ କେ କାରାପ୍ କାମ୍ କଲା ବେଲେ ଦାରାପଡ୍ଲେ, ତମର୍ଟାନେ ଜେ ସୁକଲ୍ ଆତ୍ମାଇଅନି ଚାଲ୍ନା ପାଇଲାନି, ସେ ତାକେ ଟିକ୍ ବାଟେ ଆନ୍ବାର୍ ଆଚେ । ମାତର୍ ସେ ଏ କାମ୍ ସାର୍ଦା ଆରି ସଲଦ୍ସଙ୍ଗ୍ କର୍ବାର୍ ଆଚେ । ଆରି ଜାଗ୍ରତ୍, ଜେନ୍ତିକି ସେ ନିଜେ ସେନ୍ତାର୍ କାମ୍ କର୍ବାକେ ମନ୍ କର୍ବାର୍ ନାଇ । 2 ତମର୍ ତମର୍ ବିତ୍ରେ, ଜିବନେ ଆଇବା ବଜ୍ ବିସଇ ବଇବାକେ ସାଇଜ କରାକରି ଉଆ । ଏନ୍ତାରି କଲେ ତମେ କିରିସ୍ଟର୍ ଆଦେସ୍ ମାନ୍ସା ।