ପଅର୍ ଲାଗି ମାପ୍ରୁର୍ ବାକିଅ
1 ପର୍ମେସର୍ ପୁର୍ବେ ବିନ୍ ବିନ୍ ବେଲାଇ ଆରି ବିନ୍ ବିନ୍ ବାଟେ ବବିସତ୍ବକ୍ତା ମନ୍କେ ପାଟାଇକରି, ଆମର୍ ଆନିଦାଦିମନର୍ ସଙ୍ଗ୍ କାତା ଅଇଲା । 2 ମାତର୍ ଏ ସେସ୍ କାଲେ ତାର୍ ପଅକେ ପାଟାଇକରି ତାର୍ କାତା ଜାନାଇ ଆଚେ । ତାର୍ଲାଗି ଏ ଜଗତ୍ ତିଆର୍ କଲାଆଚେ ଆରି ଜଗତର୍ ସବୁ ବିସଇର୍ ଉପ୍ରେ ତାକେ ଅଦିକାର୍ ଦେଲାଆଚେ । 3 ପର୍ମେସରର୍ ମଇମାର୍ ଉଜଲ୍ ମାପ୍ରୁ ଜିସୁର୍ଟାନେ ଡିସ୍ସି । ପର୍ମେସର୍ ଜେନ୍ତାରି ଆଚେ, ତାର୍ ପଅ ସେନ୍ତାରିସେ । ଜନ୍ ବପୁର୍ ବାକିଅ ପଅ କାତା ଅଇସି, ସେ ବାକିଅ ସଙ୍ଗ୍ ତିଆର୍କଲାଟା ସେ ସାସନ୍ କର୍ସି । ଆମର୍ ପାପର୍ ଲାଗି କେମା କରିସାରାଇଲା ପଚେ, ସେ ସର୍ଗେ ବାଅଡ୍ଲା । ଆରି ସବୁର୍ତେଇଅନି ବପୁ ରଇବା ପର୍ମେସରର୍ ଉଜାବାଟେ ସାସନ୍ କର୍ବାକେ ବସ୍ଲା ।