23 ଆମର୍ ଜନ୍ ଆସା ଉଁ, ବଲି ମାନିଆଇଲୁନି, ତାକେ ଡାଁଟ୍ କରୁ । ଆମେ ଅଇସି କି ନଏଁ ଆଲେ, ବଲି ନ ବାବୁ । କାଇକେବଇଲେ ପର୍ମେସର୍ ଜନ୍ ସପତ୍ କଲାଆଚେ, ସେଟା ସେ କର୍ସି ଆକା । 24 ଆସା, ଆମେ ବିନ୍ ଲକ୍ମନ୍କେ ମନ୍ଦେଇ ସେମନ୍କେ ସାଇଜ କରୁ । ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କରି ନିକ କାମ୍ କରୁ । 25 ଜେନ୍ତିକି ଆରି କେତେଲକ୍ କଲାଇନି, ଆମେ ମିସିବିଡି ରଇବା ବିସ୍ବାସି ବାଇବଇନି ମନର୍ ସଙ୍ଗ୍ ରୁଣ୍ଡ୍ବାକେ ଏଲା ନ କରୁ । ତାର୍ ବାଦୁଲେ ଆମର୍ ସଙ୍ଗାରିମନର୍ ବିସ୍ବାସ୍ ଡାଁଟ୍ କରାଉ । ଆମର୍ ମାପ୍ରୁ ଜିସୁ ଆରିତରେକ୍ ଆଇବା ଦିନ୍ ଲଗେ କେଟି ଆଇଲାନି ।