3 ମାତର୍ ସବୁ ବରସେ ସେ ସମାନ୍ ବେଲାଇ ବଲି ସର୍ପିଦେବାଟା କର୍ବାକେ ପଡ୍ଲା । ସେମନର୍ ପାପ୍ ରଇଗାଲା ଆଚେ ବଲି ସେମନ୍ ତେଇଅନି ଜାନ୍ଲାଇ । 4 କାଇକେବଇଲେ ବଲଦ୍ମନର୍ ଆରି ଚେଲିମନର୍ ବନି କେବେ ମିସା ଆମର୍ ପାପ୍ ଦାରି ନ ନେଏ ।
5 ଆମେ ଜାନିଆଚୁ ଜେ, କିରିସ୍ଟ ଏ ଜଗତେ ରଇଲାବେଲେ ସେ ତାର୍ ବାବା ପର୍ମେସର୍କେ କଇ ରଇଲା,
ବଲି ଆରି ସର୍ପିଦେବାଟା ତୁଇ ମନ୍ କରୁସ୍ ନାଇ ।
ସେଟାର୍ପାଇଁ ତୁଇ ମର୍ପାଇ ଗଟେକ୍ ଗାଗଡ୍ ତିଆର୍ କଲୁସ୍ ।
6 ବେଦିଟାନେ ପଡାଇବା ପସୁମନ୍କେ
ତୁଇ ମନ୍ କରୁସ୍ ନାଇ ।
କି ପାପ୍ ଦଇନେବା ବଲି ମିସା ନାଇ ।
7 ତାର୍ପଚେ ମୁଇ କଇଲି, ଏ ପରମେସର୍,
ମର୍ ବିସଇ ନିୟମ୍ ବଇଟାନେ
ଜେନ୍ତି ଲେକାଅଇଆଚେ,
ସେ ଇସାବେ ତୁଇ ମନ୍ କଲାଟା
ପୁରାପୁରୁନ୍ କର୍ବାକେ ରାଜିଆଚି ।
8 ସେ ପର୍ତୁମ୍ କଇଲା, ତମେ ସର୍ପି ଦେବାଟା, କି ବେଦିଟାନେ ପଡାଇବାଟା, କି ପାପ୍ ଦାରିନେବା ପସୁମନର୍ ବନି ମନ୍ କରୁସ୍ ନାଇ । ଏ ସବୁ ବଲି ନିୟମ୍ ଇସାବେ ସର୍ପାଇ ଅଇରଇଲେ ମିସା, ସେ ଏନ୍ତାରି କଇଲା । 9 ତାର୍ ପଚେ ସେ ଆରିତରେକ୍ କଇଲା, ତୁଇ ଜାଇଟା ମନ୍ କଲୁସ୍ନି ସେଟା ସିଦ୍ କର୍ବାକେ ଏ ପର୍ମେସର୍, ମୁଇ ଇତି ଆଚି । ସେନ୍ତାରି ଆଗର୍ପାରା ବଲିଦେବାଟା ପର୍ମେସର୍ ମନାକରି, ତାର୍ ବାଦୁଲେ କିରିସ୍ଟର୍ ବଲି ଟିକ୍ କଲା । 10 କିରିସ୍ଟ ପର୍ମେସରର୍ ମନ୍ କର୍ବାଟା ସାଦନ୍ କଲା । ସେ ତାର୍ ଗାଗଡ୍ ସର୍ପିଦେଇକରି ଏକାତର୍ ସବୁବେଲର୍ପାଇ ଆମର୍ ପାପ୍ ଦଇଦେଲା ।