35 ସେଟାର୍ପାଇଁ ତମର୍ ସାଆସ୍ ଚାଡାନାଇ । ମାତର୍ ସେଟା କର୍ତେରୁଆ । କାଇକେ ବଇଲେ ତମର୍ ଇନାମ୍ ବଡ୍ ରଇସି । 36 ପର୍ମେସରର୍ ମନ୍ କଲାଟା ସାଦନ୍ କର୍ବାକେ ତମେ ମୁର୍ଚିକରି ରଇବାର୍ ଆଚେ ଆରି ସେ କାତା ଦେଇରଇବାଟା ତମେ ମିଲାଇସା ।
37 ଜେନ୍ତାରିକି ସାସ୍ତରେ ଲେକା ଅଇଲାଆଚେ,
ଚନେକ୍ ଜାଗିରୁଆ,
ଜେ ଆଇବାର୍ ଆଚେ, ସେ ଆଇସି ଆକା,
ସେ ଅଲ୍ସମ୍ ନ ଅଏ ।
38 ମର୍ ଜେତ୍କି ଦରମ୍ ଲକ୍ ଆଚତ୍,
ସେମନ୍ ବିସ୍ବାସ୍ କରି ବଁଚ୍ବାଇ
ମାତର୍ ଜେ ଜଦି ପଚ୍କେ ବାଅଡ୍ଲେ
ମୁଇ ତାର୍ଟାନେ ସାର୍ଦା ନ ଅଇ ।
39 ମାତର୍ ଆମେ ପର୍ମେସର୍କେ ନ ମାନିକରି ତାର୍ ତେଇଅନି ବେଗ୍ଲି ଜିବା ଲକ୍ ନଉଁ । ମାତର୍ ଆମେ ବିସ୍ବାସ୍ କରି ରକିଆ ପାଇଲା ଲକ୍ମନର୍ ସଙ୍ଗ୍ ଆଚୁ ।