ପର୍ମେସର୍ ଆମର୍ ବାବା
1 ଏବେ ଆମେ ସବୁ ଆରାଜିତାଟାନେ ପାଲାଇବା ଲକ୍ମନର୍ପାରା ଆଚୁ । ଆମର୍ ଚାରିବେଟ୍ତି ଗଟେକ୍ ବଡ୍ ଦଲର୍ ସାକିମନ୍ ଦେକ୍ଲାଇନି । ତେବର୍ପାଇ ଜନ୍ଟାମନ୍ ଆମ୍କେ ବାଦା ଦେଲାନି, ଆରି ଜନ୍ ପାପ୍ମନ୍ ଆମ୍କେ ପଚ୍କେ ଜିକ୍ଲାନି, ସେଟା ସବୁ ବେଟି ପିଙ୍ଗିଦେବାର୍ । ଜନ୍ ଆରାଜିତା ଅଇ ପାଲାଇବାଟା ପର୍ମେସର୍ ଆମର୍ ମୁଆଟେ ସଙ୍ଗଇଆଚେ, ତେଇ ଆମେ ମୁର୍ଚିକରି ପାଲାଇ ସାରାଇଦେଉଁ । 2 ଆମର୍ ଆଁକି ଜିସୁର୍ଟାନେ ସଙ୍ଗଉ । ତାକେ ଆମେ ଆରାମେ ଅନି ସାରାସାରି ଜାକ ବିସ୍ବାସ୍ କରିଆଚୁ । ଜନ୍ ସାର୍ଦା ତାର୍ ମୁଆଟେ ସଙ୍ଗଇରଇଲା, ସେ ସାର୍ଦାର୍ଲାଗି ରଇବା ଦୁକ୍କସ୍ଟ ମୁର୍ଚି କରି ରଇଲା । ଆରି ତେଇ ମର୍ବା ଲାଜର୍ ବିସଇ ମନେ ଦାରେନାଇ । ପର୍ମେସର୍ ଆଜି ଜନ୍ ଜାଗାଇ ବସ୍ଲାଆଚେ, ତାର୍ ଉଜାବାଟେ ସେ ମିସା ବସ୍ଲାଆଚେ ।
3 ବାବିଦେକା, ସେ କେତେକ୍ ଦୁକ୍ କସ୍ଟ ପାଇଆଚେ । ସେ ପାପିମନର୍ ଟାନେଅନି କେତେକ୍ ଉଡା ସୁନିଆଚେ । ଜେନ୍ତାର୍କି ଆସା ନ କରି ଚାଡି ଦିଆସ୍ ନାଇ ।