28 ସେଟାର୍ପାଇଁ ଆମେ ପର୍ମେସର୍କେ ଦନିଅବାଦ୍ ଦେଉଁ । କାଇକେବଇଲେ ସେ ଆମ୍କେ ସାସନ୍ କଲାନି । ଆରି ତାର୍ ରାଇଜ୍ ନ ଚୁଲ୍ବୁଲେ । ତାକେ ସାର୍ଦା କରାଇବାକେ ଡରିକରି ସନ୍ମାନ୍ ସଙ୍ଗ୍ ଉପାସନା କରୁ । 29 କାଇକେବଇଲେ ଆମର୍ ପର୍ମେସର୍ ସବୁକେ ପଡାଇକରି କୁରୁପ୍ନାସ୍ କର୍ବା ଜଇପାରା ଆଚେ ।