5 ପର୍ମେସରର୍ ସାସ୍ତରେ ଲେକା ଅଇଲାଟା ତମେ ପାସ୍ରିଗାଲାସ୍ କି ? ସେ ତାର୍ ପିଲାଜିଲାମନ୍କେ ମନ୍ ସାର୍ଦା କରାଇ ଏନ୍ତାରି କଇରଇଲା । ସେ କଇଲା,
ମର୍ ପଅ ମାପ୍ରୁର୍ ସାସନ୍ କର୍ବାଟା ଏଲା କର୍ବାର୍ ନାଇ ।
ସେ ତମ୍କେ ଡଣ୍ଡ୍ ଦେବାବେଲେ ଆସା ଚାଡ୍ବାର୍ ନାଇ ।
6 କାଇକେବଇଲେ ମାପ୍ରୁ ଜେତ୍କି ଲକ୍କେ ଆଲାଦ୍ କର୍ସି, ସେତ୍କି ଲକ୍କେ ସେ ସାସନ୍ କର୍ସି ।
ଆରି ଜେତ୍କି ଲକ୍କେ ତାର୍ ପିଲାଜିଲା ବଲି ଏଜିଆଚେ
ସେ ସବୁ ଲକ୍କେ ଡଣ୍ଡ୍ ଦେଇସି ।
7 ତେବର୍ପାଇ ତମର୍ ଦୁକ୍କସ୍ଟ ସବୁ ତମର୍ ବାବାର୍ତେଇଅନି ମିଲିରଇବା ଡଣ୍ଡ୍ ପାରା ବଲି ବାବ୍ବାର୍ ଆଚେ । ପର୍ମେସର୍ ତମ୍କେ ତାର୍ ପିଲା ଜିଲା ବଲି ଏଜ୍ଲାନି । ଏଟା ତମର୍ ଦୁକ୍କସ୍ଟ ପାଇବାତେଇଅନି ଜାନାପଡ୍ସି । କାଇକେବଇଲେ, ତାର୍ ପିଲାକେ ଡଣ୍ଡ୍ ନ ଦେଲା ବାବା କେ ଆଚେ ? 8 ତେବର୍ପାଇ ତାର୍ ସବୁ ପିଲାଜିଲାପାରା ପର୍ମେସର୍ ଜଦି ତମ୍କେ ଡଣ୍ଡ୍ ନ ଦେଏ, ତାର୍ ଅରତ୍ ଅଇଲାନି ସତଇସେ ତମେ ତାର୍ ପିଲାଜିଲା ନୁଆସ୍, ମାତର୍ ଉପ୍କା ପିଲାଜିଲା । 9 ଆମ୍କେ ଜନମ୍ ଦେଲା ବାବାମନ୍ ଡଣ୍ଡ୍ ଦେଇରଇଲାଇ ଆରି ସେଟାର୍ପାଇଁ ଆମେ ସେମନ୍କେ ମାନିଅ କର୍ତେରଇଲୁ । ସେନ୍ତାର୍ଆଲେ ସର୍ଗେ ରଇବା ଆମର୍ ବାବାକେ ଆମେ କେତେକ୍ ଅଦିକ୍ ନିଜ୍କେ ସର୍ପିଅଇ ବଁଚ୍ବୁ ? 10 ଆମର୍ ବାବାମନ୍ ସେମନ୍ ଟକ୍ ବଲି ବାବ୍ବା ଇସାବେ, ଚନେକର୍ପାଇ ରଇବା ଏ ଜିବନେ ଆମ୍କେ ଡଣ୍ଡ୍ ଦେଇରଇଲାଇ । ମାତର୍ ଜେଡେବେଲେ ପର୍ମେସର୍ ଆମ୍କେ ଡଣ୍ଡ୍ ଦେଇସି, ଆମର୍ ନିକପାଇ ଦେଇସି । ଜେନ୍ତାରିକି ଆମେମିସା ତାର୍ପାରା ସୁକଲ୍ ଅଇବୁ । 11 ଜେଡେବେଲେ ଡଣ୍ଡ୍ ପାଇବୁ, ଆମେ ସାର୍ଦା ନ ଅଉଁ, ମାତର୍ ଦୁକ୍ ଅଇବୁ । ସେଟା ସତ୍, ମାତର୍ ସେ ଡଣ୍ଡ୍ ପାଇଲାତେଇଅନି କାଇକାଇଟା ସିକ୍ଲା ପଚେ, ସେଟା ନିକ ବଲି ବାବ୍ବୁ । କାଇକେବଇଲେ ସେଟା ଆମ୍କେ ସାନ୍ତିସଙ୍ଗ୍ ରଇବା ମନ୍ ଆରି ଗଟେକ୍ ଦରମ୍ ଚଲାଚଲ୍ତି କର୍ବାକେ ସାଇଜ କର୍ସି ।