ସାରାସାରିର୍ ପାର୍ତନା
20 ଆମର୍ ମାପ୍ରୁ ଜିସୁକେ ପର୍ମେସର୍ ମଲାତେଇଅନି ଉଟାଇଲା । ସେ ଗଟେକ୍ ଗଉଡ୍ପାରା ଆମ୍କେ ଜାଗିରଇସି । ଆମେ ପର୍ମେସର୍ ସଙ୍ଗ୍ ସବୁଦିନର୍ପାଇ ଗଟେକ୍ ଅଇବାଟାକେ ତାର୍ ବନି ଜରାଇଲା । 21 ଜିସୁକିରିସ୍ଟର୍ ଲାଗି ସାନ୍ତି ଦେବା ପର୍ମେସର୍ ତମ୍କେ ସବୁ ରକାମର୍ ସାଇଜ ଦେଅ । ଜେନ୍ତାରି କି ସେ ମନ୍ କଲାଟା ତମେ ପୁରାପୁରୁନ୍ କର୍ସା । ଆମେ କର୍ବା କାମ୍ ତାକେ ସାର୍ଦା ଦେଅ । ଜିସୁକିରିସ୍ଟକେ ଆମେ ନ ସାର୍ବା ଦିନ୍ଜାକ ଡାକ୍ପୁଟା ଦେଉଁ ।