4 କାଇକେବଇଲେ ସବୁ ଗର୍ ମେସ୍ତୁରିସେ ତିଆର୍ କର୍ସି । ମାତର୍ ପର୍ମେସର୍ ସବୁ ବିସଇ ତିଆର୍ କଲାଆଚେ । 5 ମସା ଗତିଦାଙ୍ଗ୍ଡା ଇସାବେ ପର୍ମେସରର୍ ଗରେ କାମ୍ କର୍ତେରଇଲା, ଆରି ପର୍ମେସର୍ ଜନ୍ଟା ଆଇବା ଦିନ୍ମନ୍କେ ଜାନାଇସି, ସେଟାଆକା ସେ କଇରଇଲା । 6 ମାତର୍ କିରିସ୍ଟ ଅବ୍କା ଗତିଦାଙ୍ଗ୍ଡାସେ ନ ରଇ ଗଟେକ୍ ପଅ ରଇଲା । ତାର୍ ବାବାର୍ ଗରେ ରଇବା ସବୁ ଦାଇତ୍ ସେ ସତ୍ ବାବେ କଲା । ଆମେ ଜଦି ମୁର୍ଚିରଇକରି ଆସା କଲାଟା ମିଲାଇବୁ ବଲି ଜାଗିରଇଲେ, ତାର୍ କୁଟୁମେ ମିସ୍ବୁ ।