41 ସେ ଦାପ୍ରେ ସେ ତାର୍ ବାଇ ସିମନ୍ ପିତର୍କେ କଜିକରି ବେଟ୍ ପାଇ କଇଲା, "ପର୍ମେସର୍ ବାଚି ପାଟାଇଲା ମସିଅକେ୧:୪୧ ମସିଅକେ ମସିଅର୍ ଅରତ୍ ଅଇଲାନି କିରିସ୍ଟ ଆମେ ବେଟ୍ପାଇଲୁ ।" 42 ତାର୍ ପଚେ ଆନ୍ଦ୍ରିୟ ସିମନ୍ପିତର୍କେ ଜିସୁର୍ ଲଗେ ଡାକି ଆନ୍ଲା । ଜିସୁ ତାକେ ଦେକି କଇଲା, "ତମେ ସିମନ୍, ଜଅନର୍ ପିଲା ଏବେଅନି ତକେ କେପା ବଲି ଡାକ୍ବାଇ ।" କେପାର୍ ଅରତ୍ ଅଇଲାନି ପିତର୍ ଆରି ପିତରର୍ ଅରତ୍ ଅଇଲାନି ରାଙ୍ଗ୍ନି ପାକ୍ନା ।