45 ପିଲିପ୍ ନିତନିଏଲ୍କେ ବେଟ୍ ପାଇ କଇଲା, "ଜନ୍ ଲକର୍ ବିସଇ ମସାର୍ ନିୟମେ ଲେକିରଇଲା ଆରି ବବିସତ୍ବକ୍ତାମନ୍ ଲେକି ଆଚତ୍, ଆମେ ତାକେ ଦେକ୍ଲୁ ଆଚୁ । ସେ ଜସେପର୍ ପିଲା ନାଜରିତ୍ ଗଡର୍ ଜିସୁ ।"
46 ନିତନିଏଲ୍ ପିଲିପ୍କେ ପାଚାର୍ଲା, "ନାଜରିତ୍ ଗଡେଅନି କାଇଆଲେ ନିକ ବିସଇ ଆଇସି କି ?"
ପିଲିପ୍ ତାକେ କଇଲା, "ତୁଇ ଆସିକରି ଦେକ୍ !"
47 ଜିସୁ ନିତନିଏଲ୍କେ ତାର୍ ଲଗେ ଆଇବାଟା ଦେକି ତାର୍ ବିସଇ ନେଇ କଇଲା, "ଏଦେ ଦେକା ! ଏ ଗଟେକ୍ ଇସ୍ରାଏଲର୍ ସତ୍ ଲକ୍, ଏ ଲକର୍ତେଇ କାଇମିସା କୁଟ୍କପଟ୍ ନାଇ ।"
48 ନିତନିଏଲ୍ ଜିସୁକେ ପାଚାର୍ଲା "ମକେ କେନ୍ତି ଜାନୁସ୍ ?" ଜିସୁ କଇଲା, "ପିଲିପ୍ ତମ୍କେ ଡାକ୍ବା ଆଗ୍ତୁ ମୁଇ ତକେ ଡୁମ୍ରି ଗଚ୍ ତଲେ ଦେକି ରଇଲି ।"
49 ତାର୍ ପଚେ ନିତନିଏଲ୍ ଜିସୁକେ କଇଲା, "ଏ ଗୁରୁ, ତମେ ପର୍ମେସରର୍ ପିଲା ଆରି ଇସ୍ରାଏଲର୍ ରାଜା !"
50 ଜିସୁ ତାକେ କଇଲା, "ମୁଇ ତକେ ଡୁମ୍ରି ଗଚ୍ ତଲେ ଟିଆଅଇଲାଟା ଦେକ୍ଲି ବଲି କଇଲାକେ ବିସ୍ବାସ୍ କଲୁସ୍ନି କି ? ଇତିଅନି ଆରି ଅଦିକ୍ ବଡ୍ ବଡ୍ କାବା ଅଇଜିବା ବିସଇମନ୍ ଦେକ୍ସୁ ।" 51 ଜିସୁ ଆରି ତରେକ୍ କଇଲା, "ମୁଇ ତକେ ସତ୍କାତା କଇଲିନି, ସରଗ୍ ଉଗାଡି ଅଇଜାଇ ନର୍ପିଲା ମର୍ ଉପ୍ରେ, ପର୍ମେସରର୍ ଦୁତ୍ମନ୍ ଚଗି ଜିବାଟା ଆରି ଉତ୍ରି ଆଇବାଟା ତମେ ଦେକ୍ସା ।"