ଜିସୁ ତାର୍ ସିମନର୍ ପାଦ୍ ଦଇଦେଲା
1 ନିସ୍ତାର୍ ପରବର୍ ଆଗ୍ତୁର୍ ଦିନ୍ ଅଇରଇଲା । ଜିସୁ, ଏ ଜଗତ୍ ଚାଡି ବାବା ପର୍ମେସରର୍ ଲଗେ ଜିବାକେ ତାର୍ ବେଲା କେଟ୍ଲାବେ ବଲି ଜାନିରଇଲା । ଦୁନିଆଇ ରଇବା ତାର୍ ସବୁ ଲକ୍ମନ୍କେ ସାରାସାରି ଜାକ ବେସି ଆଲାଦ୍ କର୍ତେରଇଲା ।
2 ସେଦିନର୍ ରାତି ଜିସୁ ଆରି ତାର୍ ସିସ୍ମନ୍ କାଇବାକେ ବସିରଇଲାଇ । ଜିସୁକେ ବିସ୍ବାସେ ବିସ୍ ଦେଲାପାରା କରାଇବା ଚିନ୍ତା, ସଇତାନ୍ ସିମନ୍ ଇସ୍କାରିୟତର୍ ପିଲା ଜିଉଦାର୍ ମନେ ପୁରିକରି ଦେଲା । 3 ବାବା ପର୍ମେସର୍, ତାକେ ସବୁ ବିସଇର୍ ଅଦିକାର୍ ଦେଇ ଆଚେ, ସେ ପର୍ମେସରର୍ ଟାନେଅନି ଆସିଆଚେ ଆରି ତାର୍ ଲଗେସେ ଜାଇସି, ବଲି ଜିସୁ ସବୁ ବିସଇ ଜାନିରଇଲା । 4 ତେବର୍ପାଇ ସେ କାଇବା ଜାଗାଇଅନି ଉଟିକରି ଅଡି ରଇବା ବସ୍ତର୍ ବେଟି ସଙ୍ଗଇ, ଆଁଟାଇ ଗଟେକ୍ ତୁଆଲ୍ ବାନ୍ଦିଅଇଲା । 5 ତାର୍ ପଚେ ସେ ଗଟେକ୍ ମୁତାଇ ପାନିନେଲା ଆରି ନିଜର୍ ସିସ୍ମନର୍ ପାଦ୍ ଦଇକରି ବାନ୍ଦିଅଇଲା ତୁଆଲ୍ ବେଟି ପୁଚି ଦେବାର୍ ଦାର୍ଲା । 6 ଜେଡେବେଲେ ଜିସୁ ସିମନ୍ ପିତରର୍ ଲଗେ ଆଇଲା, ପିତର୍ ତାକେ କଇଲା, "ମାପ୍ରୁ ତମେ ମର୍ ପାଦ୍ ଦଇସା କି ?" 7 ଜିସୁ ତାକେ କଇଲା, "ମୁଇ ଏବେ ଜାଇଟା କଲିନି, ସେଟା ତମେ ବୁଜି ନାପାରାସ୍, ମାତର୍ ପଚେ ବୁଜ୍ସା ।"
8 ପିତର୍ ତାକେ ମନାକରି କଇଲା, "ନିଚୁ, ତମେ ମର୍ ପାଦ୍ ଦୁଆନାଇ ।" ଜିସୁ ତାକେ କଇଲା, "ମୁଇ ଜଦି ତର୍ ପାଦ୍ ନ ଦଇଲେ, କେବେ ମିସା ମର୍ ସିସ୍ ଅଇ ନାପାରୁସ୍ ।"
9 ସିମନ୍ ପିତର୍ ତାକେ କଇଲା, "ମାପ୍ରୁ ସେନ୍ତାର୍ଆଲେ କାଇକେ ମର୍ ପାଦ୍ସେ ଦଇ ଦେଇସୁ ? ମର୍ ମୁଣ୍ଡ୍ ଆରି ଆତ୍ ମିସା ଦଇଦିଆସ୍ ।"
10 ଜିସୁ ପିତର୍କେ କଇଲା, "ଜନ୍ ଲକ୍ମନ୍ ଗାଦଇ ସାରିଆଚତ୍, ସେମନ୍ ପୁରାପୁରୁନ୍ ସୁକଲ୍ । ପାଦ୍ ଦଇବାଟା ଚାଡି, କାଇଟା ଦଇବାର୍ ଲଡାନାଇ । ଗଟେକ୍ ଲକ୍କେ ଚାଡି, ତମେ ସବୁଲକ୍ ସୁକଲ୍ ଆଚାସ୍ ।" 11 କାଇକେ ବଇଲେ ଜନ୍ ସିସ୍ ଜିସୁକେ ସତ୍ରୁମନ୍କେ ଦାରାଇଦେଇସି ତାକେ ଜିସୁ ଜାନି ରଇଲା । ସେଟାର୍ ପାଇ ସେ ଗଟେକ୍ ଲକ୍କେ ଚାଡି ସବୁଲକ୍ ସୁକଲ୍ ଆଚାସ୍ ବଲି କଇଲା ।
12 ୧୩:୧୨ ଲୁକ୍ ୨୨:୨୭ ଜିସୁ ସିସ୍ମନର୍ ପାଦ୍ ଦଇଲା ପଚେ ବେଟିରଇଲା ବସ୍ତର୍ ପିନ୍ଦିକରି ବସି ସେମନ୍କେ ପାଚାର୍ଲା, "ଏବେ ମୁଇ ତମର୍ ପାଇ କଲା କାମ୍ ବୁଜ୍ଲାସ୍ନି କି ?" 13 ଆରି ସେ କଇଲା, "ତମେ ମକେ ଗୁରୁ ଆରି ମାପ୍ରୁ ବଲି ଡାକ୍ଲାସ୍ନି, ସେଟା ଟିକ୍ସେ । କାଇକେ ବଇଲେ ଗୁରୁ ଆରି ମାପ୍ରୁ ମୁଇସେ ।" 14 ମୁଇ ତମର୍ ଗୁରୁ ଆରି ମାପ୍ରୁ ଅଇକରି, ତମର୍ ପାଦ୍ ଦଇଦେଲି ଆଚି ବଇଲେ ତମେ ମିସା ତମର୍ ତମର୍ ବିତ୍ରେ ପାଦ୍ ଦଇବାର୍ ଆଚେ । 15 ମୁଇ ଏଟା ତମର୍ ପାଇ ଗଟେକ୍ ଉଦାଅରଣ୍ ପାରା କଲିଆଚି, ତମେ ମିସା ବିନ୍ ଲକ୍ମନ୍କେ ଏନ୍ତି କରା । 16 ୧୩:୧୬ ମାତିଉ ୧୦:୨୪; ଲୁକ୍ ୬:୪୦; ଜଅନ୍ ୧୫:୨୦ମୁଇ ତମ୍କେ ସତ୍ କାତା କଇଲିନି, ଗତିଦାଙ୍ଗ୍ଡା ନିଜର୍ ସାଉକାରର୍ ତେଇଅନି ବଡ୍ ନଏଁ । ଆରି କବର୍ ନେଉଁ କବର୍ ପାଟାଇଲା ଲକର୍ତେଇଅନି ବଡ୍ ନଏଁ । 17 ଜଦି ତମେ ଏ ସବୁ ବିସଇ ଜାନିଆଚାସ୍, ଆରି ସେ ଇସାବେ କର୍ସା ବଇଲେ ବେସି ସାର୍ଦା ଅଇସା ।