ଜିସୁ ବାବାର୍ ଲଗେ ଜିବା ବାଟ୍
1 ଆରି ଜିସୁ କଇଲା, "ତମେ କିଲ୍ବିଲ୍ ନ ଉଆ, ପର୍ମେସରର୍ଟାନେ ବିସ୍ବାସ୍ କରା । ଆରି ମର୍ଟାନେ ମିସା ବିସ୍ବାସ୍ କରା । 2 ମର୍ ବାବାର୍ ଗରେ ରଇବାକେ ବେସି ବାକ୍ରା ଆଚେ । ଆରି ତେଇ ମୁଇ ତମର୍ ପାଇ ଜାଗା ଟିକ୍ କର୍ବାର୍ ଗାଲିନି । ଜଦି ଏଟା ସତ୍ ନଇତା ଆଲେ, ମୁଇ ତମ୍କେ ଏନ୍ତି ବଲି ନ କଇତି । 3 ଆରି ମୁଇ ଜାଇ ତମର୍ ପାଇ ଜାଗା ଟିକ୍ କଲା ପଚେ, ଆରି ତରେକ୍ ବାଉଡି ଆସି ତମ୍କେ ମର୍ ସଙ୍ଗ୍ ଡାକିନେବି । ମୁଇ ଜନ୍ ଜାଗାଇ ରଇବି, ସେ ଜାଗାଇ ତମେ ମର୍ ସଙ୍ଗ୍ ରଇସା ।