15 ତମେ ସେମନ୍କେ ଏ ଦୁନିଆଇଅନି ଦାରିଜା ବଲି ମୁଇ ପାର୍ତନା କରିନାଇ । ମାତର୍ ସଇତାନର୍ ପାନ୍ଦେ ଅନି ରକିଆ କରା ବଲି ଗୁଆରି କଲିନି । 16 ମୁଇ ଜେନ୍ତିକି ଏ ଦୁନିଆର୍ ନଇ, ସେନ୍ତି ସେମନ୍ ମିସା ଏ ଦୁନିଆର୍ ନଅତ୍ । 17 ତମର୍ ସତ୍ସଙ୍ଗ୍ ସେମନ୍କେ ସୁକଲ୍ କରା, ତମର୍ ବାକିଅ ତା ସତ୍ । 18 ତମେ ମକେ ଜେନ୍ତି ଏ ଦୁନିଆଇ ପାଟାଇ ଆଚାସ୍, ସେନ୍ତାରି ମୁଇ ମିସା ସେମନ୍କେ ଏ ଦୁନିଆଇ ପାଟାଇଲିନି ।