ଜିସୁର୍ ମରନ୍
28 ଏତ୍କି ବିତ୍ରେ ଜିସୁ ସବୁ ବିସଇ ପୁରାପୁରୁନ୍ ଅଇଲାଟା ଜାନିପାର୍ଲା, ମାତର୍ ସାସ୍ତରର୍ ବବିସତ୍ କାତା ପୁରା କର୍ବାପାଇ ସେ କଇଲା "ମକେ ସସ୍ କଲାନି ।"
29 ତେଇ ଗଟେକ୍ ନକିଟାନେ ଚପ୍ରା ଅଙ୍ଗୁର୍ ରସ୍ ରଇଲା । ସନିଅମନ୍ ଗଟେକ୍ ସୁତାର୍ ଗର୍ଣ୍ଡା ଚବାଲ୍ଲାଇ ଆରି ଡେଙ୍ଗ୍ ସୁଲ୍ଡାଙ୍ଗ୍ ଟିପେ ବାନ୍ଦି ଜିସୁର୍ ଟଣ୍ଡ୍ଲଗେ ଲାମାଇଦେଲାଇ । 30 ଜିସୁ ସେଟା କାଇକରି "ସାରିଗାଲାବେ ! " ବଲି କଇଲା । ଏତ୍କି କଇକରି ତାର୍ ଆତ୍ମା ସର୍ପିଦେଲା ।