39 ୧୯:୩୯ ଜଅନ୍ ୩:୧,୨ନିକଦିମ ମିସା ଜସେପର୍ ସଙ୍ଗ୍ ଗାଲା । ଏ ନିକଦିମ ଗଟେକ୍ ରାତି ଜିସୁକେ ମିସ୍ବାର୍ ଜାଇରଇଲା । ସେ ଜିସୁର୍ ଗାଗ୍ଡେ ଲାଗାଇବାକେ ଗନ୍ଦ୍ରସ୍ ଆରି ଅଙ୍ଗୁର୍ ମିସାଇଲା ବାସ୍ନା ଚିକନ୍ ତିରିସ୍ କେଜି ଆନିରଇଲା । 40 ସେମନ୍ ଦୁଇ ଲକ୍ ମିସିକରି ଜିଉଦିମନର୍ ରିତିନିତି ଇସାବେ ଜିସୁର୍ ଗାଗଡ୍ ନେଇ ବାସ୍ନା ଦିନ୍ସୁ ସଙ୍ଗ୍, ଡେଙ୍ଗ୍ ପଚିଆ ଗୁଡିଆଇ ଦେଲାଇ ।