14 ସେ ଏନ୍ତି କଇକରି ପାସଲ୍ଲା ବେଲେ, ତେଇ ଜିସୁ ଟିଆଅଇ ରଇଲାଟା ଦେକ୍ଲା । ମାତର୍ ମରିୟମ୍ ତାକେ ଜିସୁ ବଲି ଚିନି ନାପାର୍ଲା । 15 ଜିସୁ ତାକେ ପାଚାର୍ଲା "ଏ ମାଆ ତୁଇ କାଇକେ କାନ୍ଦ୍ଲୁସ୍ନି ? ତୁଇ କାକେ କଜ୍ଲୁସ୍ନି ?" ମରିୟମ୍ ଏ ଲକ୍ ବାଡର୍ କାମ୍ କରୁ ମାଲି ବଲି ବାବିକରି ତାକେ କଇଲା, "ଏ ଆଗିଆଁ, ତୁଇ କାଇ ଜିସୁର୍ ଗାଗଡ୍ ନେଇ ଆଚୁସ୍ କି ? ତାକେ ତୁଇ କନ୍ତି ସଙ୍ଗଇ ଆଚୁସ୍ ? ମକେ କଇଦେ, ମୁଇ ଜାଇକରି ତାକେ ଦାରିଜିବି ।"
16 ଜିସୁ ତାକେ "ମରିୟମ୍ !" ବଲି ଡାକ୍ଲା । ମରିୟମ୍ ତାର୍ ବାଟେ ପାସ୍ଲି କରି "ରାବ୍ବୁନି !" ବଲି ଏବ୍ରି ବାସାଇ କଇଲା । ଏଟାର୍ ଅରତ୍ ଅଇଲାନି ଗୁରୁ ।