ଏ ବଇର୍ ଉଦେସ୍
30 ଜିସୁ ସିସ୍ମନର୍ ସଙ୍ଗ୍ ରଇଲାବେଲେ କେତେକ୍ କେତେକ୍ କାବାଅଇଜିବା କାମ୍ମନ୍ କରିରଇଲା । ସେଟା ସବୁ ଏ ବଇତେଇ ଲେକା ଅଏନାଇ । 31 ମାତର୍ ଏତ୍କିସେ ଲେକାଅଇଲା, "ତମେ ଜେନ୍ତିକି ବିସ୍ବାସ୍ କର୍ସା ଜେ, ଜିସୁସେ ପର୍ମେସରର୍ ପଅ, ଜେକି ମସିଅ, ଆରି ତାକେ ବିସ୍ବାସ୍ କଲେସେ ତମେ ଜିବନ୍ ପାଇସା ।"