19 ଆରି ସେ ବିଚାର୍ନା ଏନ୍ତି ଅଇସି, ସର୍ଗେ ଅନି ଉଜଲ୍ ଏ ଦୁନିଆଇ ଆସିରଇଲା । ମାତର୍ ଏ ଦୁନିଆର୍ ଲକ୍ମନ୍ ସେ ଉଜଲେଅନି ଆନ୍ଦାର୍କେ ବେସି ମନ୍ କଲାଇ । କାଇକେବଇଲେ ସେମନ୍ କର୍ବା କାମ୍ ସବୁ ବେସି କାରାପ୍ । 20 ଜନ୍ଲକ୍ମନ୍ କାରାପ୍ କାମ୍ କଲାଇନି ସେମନ୍ ଉଜଲ୍କେ ଗିନ୍ କଲାଇନି । ଆରି ସେ ଉଜଲେ ନ ଆସତ୍ । କାଇକେବଇଲେ ସେମନର୍ ସବୁ କାରାପ୍ କାମ୍ ସେ ଉଜଲେ ଡିସ୍ସି । 21 ମାତର୍ ଜନ୍ଲକ୍ ସତ୍ ଆରି ଟିକ୍ ଇସାବେ କାମ୍ କରି ଚଲାଚଲ୍ତି କଲାନି, ସେ ଉଜଲ୍ ଲଗେ ଆଇସି । ତେବେ, ସେ କର୍ବା କାମ୍ ପର୍ମେସରର୍ ମନ୍ କର୍ବା ଇସାବେ ଅଇଲାନି ।"
Publicidade