27 ଜନ୍ କାଦି ନସିଜାଇସି, ସେ କାଦିର୍ ପାଇ ଏତେକ୍ କସ୍ଟ କରାନାଇ, ମାତର୍ ଜନ୍ଟା ନ ନସେ, ସେଟା ନ ସାର୍ବା ଜିବନ୍ ଦେଇସି, ସେଟାର୍ ପାଇ କସ୍ଟ କରା । ଏ କାଦି ନର୍ପିଲା ମୁଇ ଦେବି । କାଇକେ ବଇଲେ, ସେଟାର୍ପାଇଁ ବାବା ପର୍ମେସର୍ ମକେ ଅଦିକାର୍ ଦେଲାଆଚେ ।
28 ସେବେଲେ ଲକ୍ମନ୍ ଜିସୁକେ ପାଚାର୍ଲାଇ, "ଜନ୍ଟା ପର୍ମେସର୍ ମନ୍ କଲାନି, ସେଟା ଆମେ କର୍ବାର୍ ଆଲେ କାଇଟା କର୍ବାର୍ ଆଚେ ?"
29 ଜିସୁ ସେମନ୍କେ କଇଲା, "ଜାକେ ପର୍ମେସର୍ ପାଟାଇଲା ଆଚେ, ତାକେ ତମେ ବିସ୍ବାସ୍ କଲେ ସେଟା କରିପାରାସ୍ ।"