53 ଜିସୁ ସେମନ୍କେ କଇଲା, "ମୁଇ ସତ୍କାତା କଇଲିନି, ପର୍ମେସର୍ ପାଟାଇ ରଇବା ନର୍ପିଲା ମୁଇ, ମର୍ ଗାଗଡ୍ ଆରି ବନି ନ କାଇଲେ, ଜିବନ୍ ମିଲାଇ ନାପାରାସ୍ । 54 ମାତର୍ ଜନ୍ ଲକ୍ ମର୍ ଗାଗଡ୍ ଆରି ବନି କାଇସି ସେ ନ ସାର୍ବା ଜିବନ୍ ପାଇସି । ମୁଇ ସେ ଲକ୍କେ ସାରାସାରି ଦିନେ ମଲାଟାନେଅନି ଉଟାଇବି । 55 କାଇକେବଇଲେ, ମର୍ ଗାଗଡ୍ ଅଇଲାନି ସତ୍ କାଦି ଆରି ମର୍ ବନି ଅଇଲାନି ସତ୍ ପାନି । 56 ଜନ୍ ଲକ୍ ମର୍ ଗାଗଡ୍ ଆରି ବନି କାଇସି, ସେ ମର୍ଟାନେ ରଇସି ଆରି ମୁଇ ତାର୍ଟାନେ ରଇବି । 57 ଜିବନ୍ ରଇବା ବାବା ମକେ ପାଟାଇଆଚେ, ଆରି ତାର୍ଲାଗି ମୁଇ ବଁଚିଆଚି । ସେନ୍ତାରିସେ ଜେ ମକେ କାଇସି, ମର୍ଲାଗି ବଁଚିରଇସି । 58 ଏଟାସେ ସର୍ଗେଅନି ଆସିରଇବା କାଦି । ଜନ୍ କାଦି ତମର୍ ଆନିଦାଦିମନ୍ କାଇକରି ପଚେ ମଲାଇ, ଏଟା ସେନ୍ତାରି କାଦି ନଏଁ । ଏ କାଦି ଜେ କାଇସି ସେ କାଲ୍କାଲ୍ ଜୁଗ୍ଜୁଗ୍ ବଁଚିରଇସି ।"
Publicidade