30 ଦୁତ୍ ତାକେ କଇଲା, "ମରିୟମ ଡର୍ ନାଇ, ତୁଇ ମାପ୍ରୁର୍ ଦୟା ପାଇଆଚୁସ୍ । 31 ୧:୩୧ ମାତିଉ ୧:୨୧ଦେକ୍ ତୁଇ ଗାଗ୍ଡେ ଅଇ ପିଲା ଗଟେକ୍ ଜନମ୍ କର୍ସୁ ଆରି ତାର୍ ନାଉଁ ଜିସୁ ଦେଇସା । 32 ସେ ଗଟେକ୍ ଡାକ୍ପୁଟା ଲକ୍ ଅଇସି ଆରି ସବୁର୍ ଉପ୍ରେ ରଇବା ପର୍ମେସରର୍ ପଅ ବଲି କଇବାଇ, ସରଗର୍ ମାପ୍ରୁ ତାକେ, ତାର୍ ଆନିଦାଦି ଦାଉଦର୍ ପାରା ରାଜା କୁରାଇସି । 33 ସେ କାଲ୍କାଲ୍ ଜୁଗ୍ଜୁଗ୍ ଇସ୍ରାଏଲ୍ ଲକ୍ମନ୍କେ ସାସନ୍ କର୍ସି । ତାର୍ ରାଇଜ୍ କେବେ ନ ସାରେ ।"
Publicidade