ସମିରଣିୟ ଗଡର୍ ନିକ ଲକ୍
25 ତାର୍ପଚେ ଗଟେକ୍ ଦରମ୍ ସାସ୍ତର୍ ସିକାଉ ତାକେ ପରିକାକରି ପାଚାର୍ଲା, "ଏ ଗୁରୁ କେବେ ନ ସାର୍ବା ଜିବନ୍ ମିଲାଇବାକେ ଆଲେ ମୁଇ କାଇଟା କର୍ବାର୍ ଆଚେ ?"
26 ଜିସୁ ତାକେ କଇଲା, "ନିୟମ୍ ସାସ୍ତରେ କାଇଟା ଲେକାଆଚେ ? ତୁଇ କେନ୍ତାରି ପଡ୍ଲୁସ୍ନି ?"
27 ସେ କଇଲା, "ତମେ ନିଜର୍ ସବୁ ଗାଗଡ୍, ମନ୍, ଆତ୍ମା ଆରି ବପୁ ଦେଇ ପର୍ମେସର୍କେ ଆଲାଦ୍ କରା । ଆରି ପଡିସାର୍ ଲକ୍ମନ୍କେ ନିଜର୍ ସମାନ୍ ଆଲାଦ୍ କରା ।"
28 ତାର୍ପଚେ ଜିସୁ ତାକେ କଇଲା, "ତମେ ଟିକ୍ କଇଲାସ୍ । ଏନ୍ତାର୍ କର୍, ତେବେ ଜିବନ୍ ମିଲାଇସୁ ।"