25 ୧୦:୨୫ ମାତିଉ ୨୨:୩୫-୪୦; ମାର୍କ ୧୨:୨୮-୩୪ ତାର୍ପଚେ ଗଟେକ୍ ଦରମ୍ ସାସ୍ତର୍ ସିକାଉ ତାକେ ପରିକାକରି ପାଚାର୍ଲା, "ଏ ଗୁରୁ କେବେ ନ ସାର୍ବା ଜିବନ୍ ମିଲାଇବାକେ ଆଲେ ମୁଇ କାଇଟା କର୍ବାର୍ ଆଚେ ?"
26 ଜିସୁ ତାକେ କଇଲା, "ନିୟମ୍ ସାସ୍ତରେ କାଇଟା ଲେକାଆଚେ ? ତୁଇ କେନ୍ତାରି ପଡ୍ଲୁସ୍ନି ?"
27 ସେ କଇଲା, "ତମେ ନିଜର୍ ସବୁ ଗାଗଡ୍, ମନ୍, ଆତ୍ମା ଆରି ବପୁ ଦେଇ ପର୍ମେସର୍କେ ଆଲାଦ୍ କରା । ଆରି ପଡିସାର୍ ଲକ୍ମନ୍କେ ନିଜର୍ ସମାନ୍ ଆଲାଦ୍ କରା ।"
28 ତାର୍ପଚେ ଜିସୁ ତାକେ କଇଲା, "ତମେ ଟିକ୍ କଇଲାସ୍ । ଏନ୍ତାର୍ କର୍, ତେବେ ଜିବନ୍ ମିଲାଇସୁ ।"
29 ମାତର୍ ସେ ନିଜେ ଦରମ୍ଲକ୍ ବଲି ଦେକାଇବାକେ ମନ୍କରି ଜିସୁକେ ପାଚାର୍ଲା, "ତେବେ କେ ମର୍ ପଡିସାର୍ ଲକ୍ ?"
30 ଜିସୁ ତାକେ କଇଲା, ଗଟେକ୍ ଲକ୍ ଜିରୁସାଲମେଅନି ଜିରିଅ ଜିବାବେଲେ ଚର୍ମନର୍ ମୁଆଟେ ପଡ୍ଲା । ଚର୍ମନ୍ ତାର୍ ଲୁଗାପଚିଆ ଚାଡାଇ, ତାକେ ମାର୍ଲାଇ ଆରି ମରିଗାଲାପାରା ଅଇଲାକେ ଚାଡି ଉଟିଗାଲାଇ । 31 ସେଟା ଅଇସାରି କେତେପର୍ ଜିବାକେ ଗଟେକ୍ ପୁଜାରି ସେ ବାଟେ ଜାଇତେରଇଲା ଆରି ତାକେ ଦେକି, ବାଟ୍ ପିଟାଇଅଇ ଉଟିଗାଲା । 32 ସେନ୍ତାରିସେ ଗଟେକ୍ ଲେବିୟ ଲକ୍ ମିସା ସେ ଜାଗାଇ ଆସି ତାକେ ଦେକି ବାଟ୍ ପିଟାଇଅଇ ଉଟିଗାଲା । 33 ମାତର୍ ସମିରଣିୟର୍ ଗଟେକ୍ ଲକ୍ ତାର୍ଲଗେ ଆସି, ଦେକ୍ଲା ଆରି ବେସି ମନ୍ଦୁକ୍ କଲା । 34 ଆରି ତାର୍ଲଗେ ଜାଇ ମାଡ୍ଅଇ କଣ୍ଡିଆ ବଣ୍ଡିଆ ଅଇଲାଟାନେ, ଚିକନ୍ ଆରି ଆମଟ୍ ଅଙ୍ଗୁର୍ରସ୍ ଲାଗାଇଦେଲା । ତାକେ ଗର୍ଣ୍ଡା ବାନ୍ଦି, ଗଦଉପ୍ରେ ବସାଇ, ଲକ୍ମନ୍ ବସି ମିଟିଙ୍ଗ୍ କର୍ବା ଗରେ ନେଇ ସେବାଜତନ୍ କଲା । 35 ତାର୍ ଆର୍କର୍ ଦିନେ ସିମରଣିୟ ଲକ୍ ଦୁଇଟା ରୁପାଟାଙ୍ଗା ବାର୍କରାଇ, ମିଟିଙ୍ଗ୍ ଗରର୍ ମୁକିଆକେ ଦେଇ କଇଲା, "ଆର୍ ସେବା ଜତନ୍ କରା, ଆରି ଅଦିକ୍ କର୍ଚ ଅଇଲେ, ସେଟା ମୁଇ ବାଉଡିଆଇବା ବେଲେ ତମ୍କେ ସୁଜିଦେବି ।"
36 ଏ ତିନ୍ଲକର୍ ବିତ୍ରେଅନି କେ ଚର୍ମନର୍ ଟାନେ ମାଡ୍କାଉ ଲକର୍ ପଡିସାର୍ ଲକ୍ ବଲି ବାବ୍ଲୁସ୍ନି ?
37 ସାସ୍ତର୍ ସିକାଉ କଇଲା, "ଜନ୍ ଲକ୍ ତାକେ ଦୟାକଲା, ସେ ଆକା ।" ଜିସୁ ତାକେ କଇଲା, "ଜା ତୁଇ ମିସା ସେନ୍ତାରି କର୍ ।"