39 ମାର୍ତାକେ ମରିୟମ୍ ନାଉଁର୍ ଗଟେକ୍ ବଇନି ରଇଲା । ସେ ମାପ୍ରୁର୍ ପାଦେ ବସି ତାର୍ ବାକିଅ ସୁନ୍ତେରଇଲା । 40 ମାତର୍ ମାର୍ତାକେ ବେସି ପାଇଟି ରଇଲାଜେ ଦାନ୍ଦା ଅଇଜାଇତେ ରଇଲା । ତେବର୍ପାଇ ସେ ଜିସୁର୍ଲଗେ ଆସି କଇଲା, "ଏ ମାପ୍ରୁ, ମର୍ ବଇନି ଗରର୍ ସବୁ ପାଇଟି ମକେ ସେ କରାଇଲାନି, ସେବାଟେ କାଇ ତମର୍ ମନ୍ ନାଇ କି ? ସେଟାର୍ପାଇଁ ତାକେ କୁଆ, ସେ ମକେ ଆସି ସାଇଜ କର ।"
Publicidade