10 ତରେକ୍ ଜିସୁ ବିସ୍ରାମ୍ବାରେ ଗଟେକ୍ ପାର୍ତନା ଗରେ ସିକିଆ ଦେଇତେରଇଲା । 11 ତେଇ ଗଟେକ୍ ମାଇଜି ରଇଲା । ତାକେ ଡୁମା ଦାରି ଅଟ୍ର ବରସ୍ ଜାକ କୁବ୍ଡି ଅଇରଇଲା । ସେ ବିଲ୍କୁଲ୍ ସିଦା ଅଇ ଇଣ୍ଡି ନାପାର୍ତେ ରଇଲା । 12 ଜିସୁ ତାକେ ଦେକି ଲଗେ ଡାକି କଇଲା, "ଏ ନିନି ତକେ ମୁଇ, ଏ କୁବ୍ଡି ରଗେଅନି ନିକ କଲିନି ।" 13 ଜିସୁ ସେ ମାଇଜିର୍ ଉପ୍ରେ ଆତ୍ ସଙ୍ଗଇଲା । ସେ ମାଇଜି ସେ ଦାପ୍ରେସେ ସଲକ୍ ଅଇ ପର୍ମେସର୍କେ ମଇମା କର୍ବାର୍ ଲାଗ୍ଲା । 14 ଜିସୁ ବିସ୍ରାମ୍ଦିନେ ସେ ମାଇଜିକେ ନିକ କଲାଟା ଦେକି ଜିଉଦିମନର୍ ପାର୍ତନା ଗରର୍ ମୁକିଆ ବେସି ରିସା ଅଇଗାଲାଇ । କାଇକେ ବଇଲେ ଲକ୍ମନ୍କେ ନିକ କର୍ବାଟା ଗଟେକ୍ କାମ୍ ବଲି ଜିଉଦି ଲକ୍ମନ୍ ବାବ୍ତେ ରଇଲାଇ । ସେଟାର୍ ପାଇ ପାର୍ତନା ଗରର୍ ମୁକିଅ କଇଲା, "ଗଟେକ୍ ଆଟେ କାମ୍ କର୍ବାକେ ଚଅ ଦିନ୍ ଆଚେ, ସେ ଦିନ୍ ମନ୍କେ ତମେ ନିକ ଅଇବାକେ ଆସା । ମାତର୍ ବିସ୍ରାମ୍ବାରେ ନିକ ଅଇବାକେ କେବେ ମିସା ଆସାନାଇ ।"
15 ମାତର୍ ଜିସୁ ତାକେ ଆରି ତେଇ ରଇଲା ଲକ୍ମନ୍କେ କଇଲା, "ଏ କୁଟିଆଲ୍ମନ୍ ! ତମେ ତମର୍ ଗରୁମନ୍କେ ମେଲି ପାନି କୁଆଇବାକେ ନିଆସ୍ ନାଇ କି ? ସେଟା ମିସା ଗଟେକ୍ କାମ୍ସେ ।"
16 "ମୁଇ ତାକେ ନିକ କଲି ଆଚି । ଏ ମାଇଜି ଅବ୍ରାଆମର୍ କୁଟୁମର୍ ଲକ୍ । ସଇତାନ୍ ତାକେ ଅଟ୍ର ବରସ୍ ଜାକ ଦାରି ରଇଲା । ସେ ମାଇଜି ବିସ୍ରାମ୍ ବାରେ ନିକ ଅଇବାଟା ଟିକ୍ ନଏଁ କି ?" 17 ଜିସୁ କଇଲା କାତା ସୁନି ତାର୍ ବିରଦି ଲକ୍ମନ୍ ଲାଜ୍ ଅଇଲାଇ । ମାତର୍ ବିନ୍ ଲକ୍ମନ୍ ସେ କର୍ବା ସବୁ କାବାଅଇଜିବା କାମ୍ ଦେକି ସାର୍ଦା ଅଇଗାଲାଇ ।