4 "ଜଦି ତମର୍ ବିତ୍ରେ ଗଟେକ୍ ଲକର୍ ସଏଟା ମେଣ୍ଡା ରଇସି ଆରି ସେ ବିତ୍ରେଅନି ଗଟେକ୍ ଆଜିଜାଇସି ବଇଲେ ତମେ କାଇଟା କର୍ସା ? ସେ ନବେ ନଅଟା ମେଣ୍ଡାମନ୍କେ ଚାରତ୍ବଲି ଚାଡିଦେଇ, ଆଜିଗାଲା ଗଟେକ୍ ମେଣ୍ଡା ମିଲ୍ବାଜାକ ନ କଜାସ୍ କି ? 5 ଆରି ଜେଡେବଲ୍ ସେ ମେଣ୍ଡା ମିଲାଇସି, ବେସି ସାର୍ଦା ଅଇ ମେଣ୍ଡାକେ କନ୍ଦେ ବଇକରି ଗରେ ଦାରିଆଇସା ।