ପର୍ମେସରର୍ ରାଇଜ୍ ଆଇଲାନି
20 କେତେଟା ପାରୁସି ଲକ୍ମନ୍ ଜିସୁକେ "କେବେଅନି ପର୍ମେସର୍ ଲକ୍ମନ୍କେ ସାସନ୍ କର୍ସି ?" ବଲି ପାଚାର୍ଲାଇ । ଜିସୁ ସେମନ୍କେ କଇଲା, "ପର୍ମେସର୍ କେନ୍ତି ସାସନ୍ କର୍ସି, ସେ ରାଇଜ୍ ତମର ଆଁକିତେଇ ନ ଡିସେ । 21 ଆରି ପର୍ମେସର୍ ଇତି ସାସନ୍ କଲାନି ନଇଲେ ସିତି ସାସନ୍ କଲାନି ବଲି କଇବାର୍ ନାପାରାସ୍ । କାଇକେ ବଇଲେ, ଲକ୍ମନର୍ ମନ୍ ବିତ୍ରେ ପର୍ମେସର୍ ସାସନ୍ କର୍ସି ।"