ଜିସୁ ଆରି ଜକିୟ
1 ଜିସୁ ଆରି ତାର୍ ସିସ୍ମନ୍ ଜିରିଅ ବାଟେ ଜାଇତେ ରଇଲାଇ । 2 ତେଇ ଜକିୟ ନାଉଁର୍ ଗଟେକ୍ ମୁକିଅ ସିସ୍ତୁମାଙ୍ଗୁ ରଇଲା । ସେ ବେସି ସାଉକାର୍ ରଇଲା । 3 ଜିସୁ କେନ୍ତାର୍ ଲକ୍ ବଲି ଦେକ୍ବାକେ ଜକିୟ ମନ୍ କର୍ତେ ରଇଲା । ମାତର୍ ଜିସୁର୍ ସଙ୍ଗ୍ ବେସି ଲକ୍ମନ୍ ଜାଇତେ ରଇଲାଇକେ ତାକେ ଦେକିନାପାର୍ତେ ରଇଲା । କାଇକେବଇଲେ ସେ ବୁଟି ରଇଲା । 4 ସେଟାର୍ ପାଇ ସେ, ଲକ୍ମନର୍ ଆଗ୍ତୁ ପାଲାଇ ଜାଇ ଜିସୁକେ ଦେକ୍ବାକେ ଗଟେକ୍ ଡୁମ୍ରି ଗଚେ ଚଗ୍ଲା । କାଇକେ ବଇଲେ ଜିସୁ ସେ ବାଟ୍ଦେଇ ଜିବାର୍ ରଇଲା । 5 ଜିସୁ ସେ ଜାଗାଇ କେଟି ଉପ୍ରେ ଦେକିକରି ଜକିୟକେ କଇଲା, "ଜକିୟ ବିଗି ଉତ୍ରି ଆଉ, ଆଜି ମୁଇ ତମର୍ ଗରେ ରଇବି ।"
6 ତାର୍ ପଚେ ଜକିୟ ଦାପ୍ରେ ଉତ୍ରି ଆସି ବେସି ସାର୍ଦାଅଇ ଜିସୁକେ ତାର୍ ଗରେ ଡାକିନେଲା । 7 ସେଟା ଦେକି ତେଇ ରଇଲା ଲକ୍ମନ୍ ଜିସୁ ଗଟେକ୍ ପାପି ଲକର୍ ଗରେ କାଇବାକେ ଗାଲାନି ବଲି ଗୁର୍ମୁରି ଜାଇତେରଇଲାଇ ।
8 ଜକିୟ ଟିଆଅଇ ଜିସୁକେ କଇଲା, "ଏ ମାପ୍ରୁ, ସୁନା ! ମର୍ ସଁପତିଅନି ଅଦାବାଗ୍ ଗରିବ୍ ଲକ୍ମନ୍କେ ଦାନ୍ କରିଦେବି । ଆରି ସିସ୍ତୁ ମାଙ୍ଗ୍ବା ବେଲାଇ କାର୍ଟା ଅନିଆଇକରି ଆନି ରଇଲାଟା ମୁଇ ଚାର୍ଗୁନ୍ ଅଦିକ୍ ବାଉଡାଇ ଦେବି ।"
9 ଜିସୁ ଜକିୟକେ କଇଲା, "ଆଜି ଏ ଗରେ ମୁକ୍ତି ମିଲ୍ଲା । କାଇକେବଇଲେ ଏ ମିସା ଗଟେକ୍ ଅବ୍ରାଆମର୍ ନାତିତିତି । 10 ୧୯:୧୦ ମାତିଉ ୧୮:୧୧ପର୍ମେସର୍ ଟାନେଅନି ଆସିରଇବା ନର୍ପିଲା ମୁଇ ପାପେ ରଇଲା ଲକ୍ମନ୍କେ ସେମନର୍ ପାପେଅନି ରକିଆ କର୍ବାକେ ଆସିଆଚି ।"